ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଦୁର୍ଘଟଣାର ଶିକାର….

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଦୁର୍ଘଟଣାର ଶିକାର ହୋଇଛନ୍ତି । ତନୁଶ୍ରୀ ବଲିଉଡ ଜଣେ ବେଶ ଜଣାଶୁଣା ଅଭିନେତ୍ରୀ । କିନ୍ତୁ ସେ ବର୍ତ୍ତମାନ ବଲିଉଡ୍‌ରୁ ଦୂରେଇ ଯାଇଥିଲେ । ଅଭିନେତ୍ରୀ ତନୁଶ୍ରୀ ମନ୍ଦିରଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗାଡିର ବ୍ରେକ ଫେଲ ହେବା ଯୋଗୁଁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସେହିପରି ସେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଆଜିର ଦିନ ଆଡଭେଚର୍ସ ରହିଲା । ମନ୍ଦିର ଯିବା ରାସ୍ତାରେ ଦୁର୍ଘଟଣା ଘଟିଲା । ବ୍ରେକ୍‌ ଫେଲ୍‌ ହେବା ଯୋଗୁଁ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତନୁଶ୍ରୀଙ୍କ ଗୋଡରେ ଗଭୀର ଆଘାତ ଲାଗିଛି । ଏହି ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା ଯାହା କେବଳ କିଛି ଷ୍ଟିଜ୍‌ ପଡିଛି । ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ତନୁଶ୍ରୀ ପ୍ରଥମେ ‘ଆଶିକ୍‌ ବନାୟା ଆପନେ’ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ମିଳିଚାଲିଲା ।