ଭାସମାନ ବର୍ଡର ପୋଷ୍ଟକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ
ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୪ ପ୍ରଗଣା ଅନ୍ତର୍ଗତ….
କୋଲକାତା : ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୪ ପ୍ରଗଣା ଅନ୍ତର୍ଗତ ସୁନ୍ଦରବନ ଏରିଆର ହିଙ୍ଗଲଗଞ୍ଜରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଏକ ଭାସମାନ ବର୍ଡର ପୋଷ୍ଟକୁ ଉଦଘାଟନ କରିଛନ୍ତି । ସେହିପରି ଉକ୍ତ ସ୍ଥାନରେ ଏକ ବୋଟ ଆମ୍ବୁଲାନ୍ସ ସେବାକୁ ମଧ୍ୟ ଶାହ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୨୦୨୧ ବିଧାନସଭା ନିର୍ବାଚନ ପରେ ଏହା ଶାହଙ୍କ ପ୍ରଥମ ପଶ୍ଚିମବଙ୍ଗ ଗସ୍ତ । କୋଲକାତାରେ ପହଞ୍ଚି ପ୍ରଥମ କାର୍ଯ୍ୟକ୍ରମ ଭାବେ ସେ (ବିଏସଏଫ୍) କ୍ୟାମ୍ପରେ ସାମିଲ ହୋଇଥିଲେ । ଏହାପରେ ସେଠାରେ ଆଉ କିଛି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଶାହ ସାମିଲ ହୋଇଥିଲେ ।
ଭାସମାନ ବର୍ଡର ପୋଷ୍ଟ ବ୍ୟବସ୍ଥା ଫଳରେ ଉକ୍ତ ଅଞ୍ଚଳରେ ସୁରକ୍ଷା ଓ ପାଟ୍ରୋଲିଂକୁ କଡାକଡି କରାଯାଇ ପାରିବ । ଉକ୍ତ ଅଞ୍ଚଳ ଏକ ବିଚ୍ଛିନ୍ନାଞ୍ଚଳ ହୋଇଥିବା ଯୋଗୁଁ ଏହି ବୋଟ ଆମ୍ବୁଲାନ୍ସ ସେବା ମଧ୍ୟ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର ପାଇଁ ବେସ ସହାୟକ ହୋଇପାରିବ ବୋଲି ଶାହ କହିଛନ୍ତି ।