ରାଜ୍ୟରେ ପୁଣି ୧୭ ଜଣଙ୍କର ମୃତ୍ୟୁ

ଭୁବନେଶ୍ବର (ଏସ୍ ନ୍ଯୁଜ) : ଆଜି ରାଜ୍ୟରେ ୨୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ କରୋନା ମୃତ୍ୟୁ ସଂଖ୍ୟା ୯୯୧କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱରରୁ ୩, ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ, ବରଗଡ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନୟାଗଡ ଓ ସୁବଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ସେହିପରି ରାଜ୍ୟରେ ଚିହ୍ନଟ ପଜିଟିଭ୍ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୬ ହଜାର ୮୩୯କୁ ବୃଦ୍ଧି ପାଇଛି।

୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୩୪, ଅନୁଗୁଳରୁ ୧୦୭, ବାଲେଶ୍ବରରୁ ୧୧୫, ବରଗଡ଼ରୁ ୮୬, ଭଦ୍ରକ ୬୬, ବଲାଙ୍ଗୀର ୬୨, ବୌଦ୍ଧ ୩୧, ଦେଓଗଡ଼ ୧୫, ଢ଼େଙ୍ଗାନାଳ ୪୫, ଗଜପତି ୮, ଗଞ୍ଜାମ ୪୫, ଜଗତସସିଂହପୁର ୬୫, ଯାଜପୁର ୧୧୮, ଝାରସୁଗୁଡ଼ା, ୭୭, କଳାହାଣ୍ଡି ୪୫, କନ୍ଧମାଳ ୩୪, କେନ୍ଦ୍ରାପଡ଼ାରୁ ୬୯, କେନ୍ଦୁଝରରୁ ୭୫, କୋରାପୁଟର ୪୫, ମାଲକାନାଗିରିରୁ ୪୦, ମୟୁରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୫୧, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୫୩, ପୁରୀରୁ ୬୪, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୦୭, ସୋନପୁରରୁ ୬୯ ଏବଂ ସୁନ୍ଦରଗଡ଼ରୁ ୧୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ହାଛଡ଼ା ଷ୍ଟେଟ୍ ପୁଲରୁ ୯୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।