ନୋବେଲ ଶାନ୍ତି ପୁରସ୍କାର ପାଇଁ ଡବ୍ଲୁଏଫପି ମନୋନୀତ

ଷ୍ଟକହୋମ : ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ଓ୍ଵାର୍ଲଡ୍‌ ଫୁଡ ପ୍ରୋଗ୍ରାମକୁ ୨୦୨୦ ବର୍ଷର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଥିବାବେଳେ ସେମାନଙ୍କୁ ପଛରେ ପକାଇଦେଇଛି ଡବ୍ଲୁଏଫପି ।

ଏ ସମ୍ପର୍କରେ ଟ୍ଵିଟ୍‌ କରି ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ବିଶ୍ୱରେ କ୍ଷୁଧା ବିରୋଧରେ ଲଢେଇ, ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଶାନ୍ତି ଆଣିବା ଦିଗରେ ପ୍ରୟାସ ଏବଂ ଯୁଦ୍ଧ କିମ୍ବା ବିବାଦ ଲାଗି କ୍ଷୁଧାକୁ ଏକ ଅସ୍ତ୍ରଭାବେ ବ୍ୟବହାର କରାଯିବାକୁ ରୋକିବା ଦିଗରେ ଉଦ୍ୟମ ଲାଗି ଦି ଓ୍ଵାର୍ଲଡ୍‌ ଫୁଡ ପ୍ରୋଗ୍ରାମକୁ ନେବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ଏଥର ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୩୧୮ଟି ମନୋନୟନକୁ ବିଚାରକୁ ନିଆଯାଇଥିଲା । ସେଗୁଡ଼ିକ ମଧ୍ୟରୁ ୨୧୧ ଜଣ ବ୍ୟକ୍ତି ଥିବାବେଳେ ୧୦୭ଟି ସଂଗଠନ ରହିଥିଲା ।