ପୁଣି କୋଭିଡ ନିୟମ ଭାଙ୍ଗିଲେ ସାଂସଦ ଅପରାଜିତା

ଭୁବନେଶ୍ୱର (ଏସ୍ ନ୍ଯୁଜ) :ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବାରମ୍ବାର କୋଭିଡ ନିୟମ ଉଲ୍ଲଘଂନ ବିରୋଧରେ ପୁଣି ଅଭିଯୋଗ । ଏନେଇ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ସାଂସଦ ବାରମ୍ବାର କୋଭିଡ ନିୟମ ଉଲ୍ଲଘଂନ କରିଥିବା ଦିବ୍ୟଶଙ୍କର ମିଶ୍ର ଅଭିଯୋଗ କରିଛନ୍ତି । ଅପରାଜିତାଙ୍କ ଜନ୍ମଦିନ ବେଳର ଭିଡିଓକୁ ନେଇ ସେ ଆପତ୍ତି ଉଠାଇଛନ୍ତି ।

ସେ ଚିଠିରେ ଲେଖିଛନ୍ତି କି, ଏଭଳି ଦୟିତ୍ୱହୀନତା କାର୍ଯ୍ୟ ତାଙ୍କ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି । ତାଙ୍କ ଏଭଳି ଆଚରଣ କୋଭିଡ ଯୋଦ୍ଧାଙ୍କ ମନୋବଳକୁ ଭାଙ୍ଗୁଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ବିରୋଧରେ ତାଙ୍କ ଆଚରଣ ରହୁଛି । ସାଂସଦ କୋଭିଡ ନିୟମ ପାଳନରେ ସମସ୍ତଙ୍କ ଆଦର୍ଶ ହେବା କଥା ବୋଲି ଦିବ୍ୟ ଶଙ୍କର ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।