ସୁଖୋଇରୁ ବ୍ରହ୍ମୋସର ସଫଳ ପରୀକ୍ଷଣ
ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ରୁ ସୁପରସୋନିକ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର…
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ରୁ ସୁପରସୋନିକ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି । ସୂଚନାଯୋଗ୍ୟ ଯେ, ବଙ୍ଗୋପ ସାଗରୀୟ କ୍ଷେତ୍ରରେ ବ୍ରହ୍ମୋସର ଅପଗ୍ରେଡେଡ ଏୟାର ଲଞ୍ଚ ଭର୍ସନର ପରୀକ୍ଷଣ କରାଯାଇଥିଲା । ଏହା ଅଧିକ ଦୂରଗାମୀ ଲକ୍ଷ୍ୟଭେଦ କରିପାରିବ । ମିସାଇଲକୁ ଲଢୁଆ ସୁଖୋଇ ବିମାନରୁ ଉତକ୍ଷେପଣ କରାଯାଇଥିବା ବେଳେ ଟାର୍ଗେଟକୁ ସମ୍ପୂର୍ଣ୍ଣ ସଠିକତାର ସହ ଲକ୍ଷ୍ୟକ୍ଷେଦ କରିବା ସହ ପରୀକ୍ଷଣ ସଫଳ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ସେହିପରି ଏହାର ପରୀକ୍ଷଣ ପୂର୍ବରୁ ସଫଳ ହୋଇସାରିଥିବା ବେଳେ ଏକାଧିକ ବିକଶିତ ଭର୍ସନରେ ସିରିଜ ବ୍ୟବହାରିକ ପରୀକ୍ଷଣ ଜାରି ରଖିଛି ଭାରତୀୟ ବାୟୁସେନା ।