କଠିନ ଶାରୀରିକ ପରିଶ୍ରମ ପରେ କରନ୍ତୁ ଆଲକୋହଲ୍ ମସାଜ, ମିଳିବ ଏହି ସବୁ ଫାଇଦା
ଆଲକୋହଲ୍ ପିଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ…
ଆଲକୋହଲ୍ ପିଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କିନ୍ତୁ ମଦରେ ମସାଜ କଲେ ଶରୀରକୁ ଅନେକ ଫାଇଦା ମିଳେ। ଅନେକ ପ୍ରକାର ମସାଜ ରହିଛି କିନ୍ତୁ ମଦରେ ମସାଜ କଲେ ଶରୀର ପାଇଁ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଆଲକୋହଲ୍ ମସାଜ କଲେ ଶରୀର ପାଇଁ କଣ ଲାଭଦାୟକ ହୋଇଥାଏ।
କଠିନ ଶାରୀରିକ ପରିଶ୍ରମ କରିବା ପରେ ଯେଉଁ ସ୍ଥାନରେ କଷ୍ଟ ଅନୁଭଵ ହେଉଥିବ ସେଠାରେ ମଦ ଲଗାଇ ମସାଜ କରି ଘଣ୍ଟାଏ ପର୍ଯ୍ୟନ୍ତ ରଖି ପରେ ଧୋଇ ଦିଅନ୍ତୁ। ଦେଖିବେ ବହୁତୁ ଆରାମ ମିଳିବ।
ଚର୍ମ ଅବା ନଖରେ ଫଙ୍ଗସ୍ ଇନ୍ଫେକ୍ସନ ହୋଇଥିଲେ ମଦକୁ ସେହି ସ୍ଥାନରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଶରୀରରେ ଛୋଟମୋଟ ଘାଆ ଅବା କ୍ଷତ ହୋଇଥିଲେ ସେଥିରେ ଆଲ୍କୋହଲ୍ ଲଗାନ୍ତୁ।
ଦେଖିବେ ଶୀଘ୍ର କ୍ଷତ ଶୁଖିଯିବ। ଏହା ଆଣ୍ଟିବାୟୋଟିକ୍ ଭଳି କାର୍ଯ୍ୟ କରେ।
ବିୟରକୁ କେଶରେ ଲଗାଇ ହାଲ୍କା ମସାଜ କରନ୍ତୁ। କେଶ ମୁଲାୟମ ହେବ ଓ ଚମକିବ।
ଶରୀରକୁ ଉଷୁମ ରଖିବାକୁ ଚାହୁଁଥିଲେ ଆଲ୍କୋହଲ୍ ମସାଜ କରନ୍ତୁ।