ହ୍ରାସ ହେଲା ‘କୋର୍ବାଭେକ୍ସ’ ଭ୍ୟାକ୍ସିନ ଦର

ଔଷଧ ନିର୍ମାତା କମ୍ପାନୀ ବାୟୋଲୋଜିକାଲ-ଇ କରୋନା ଭ୍ୟାକ୍ସିନ…

ନୂଆଦିଲ୍ଲୀ: ଔଷଧ ନିର୍ମାତା କମ୍ପାନୀ ବାୟୋଲୋଜିକାଲ-ଇ କରୋନା ଭ୍ୟାକ୍ସିନ କୋର୍ବାଭେକ୍ସର ଦର କମାଇଛି । ଘରୋଇ ସେଣ୍ଟରରେ କୋର୍ବାଭେକ୍ସ ଦର ୮୪୦କୁ କମାଇ ୨୫୦ ଟଙ୍କା କରି ଦିଆଯାଇଛି । ଏହି କ୍ରମରେ ଜିଏସଟି ଟ୍ୟାକ୍ସ ଓ ଟିକା ଲଗାଇବାର ଶୁଳ୍କ ସହ ପ୍ରତି ଡୋଜ୍‌ ପାଇଁ ଉପଭୋକ୍ତାଙ୍କୁ ୪୦୦ ଟଙ୍କା ଦେବାକୁ ପଡିବ । ସୂଚନାଯୋଗ୍ୟ, ୧୨ରୁ ୧୪ ବର୍ଷ ପିଲାଙ୍କୁ କୋର୍ବାଭେକ୍ସ ଭ୍ୟାକ୍ସିନ ଦିଆଯାଉଛି । ଅନ୍ୟପଟେ ସରକାରୀ ହସ୍ପିଟାଲରେ ଏହି ଟିକାକୁ ଲଗାଇବା ପାଇଁ ୧୪୫ ଟଙ୍କା ଦେବାକୁ ପଡୁଥିଲା ।