ଶ୍ରୀନଗର : ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ତେବେ ଏହି ଯାତ୍ରା ଆରମ୍ଭ ପୂର୍ବରୁ ଜାମ୍ମୁ-କାଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଶାନ୍ତିପୂର୍ଣ୍ଣ ଭାବେ ଯାତ୍ରା ଶେଷ କରିବା ପାଇଁ ସୁରକ୍ଷାବଳର ମୁତୟନକୁ କଡାକଡି କରାଯିବ । ସେହିପରି ଆତଙ୍କୀ ଆକ୍ରମଣ ଆଶଙ୍କାକୁ ଏଡାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି ସିଆରପିଏଫ ଯବାନ ।
ସୂଚନାଯୋଗ୍ୟ ଯେ, କରୋନା ପାଇଁ ଦୁଇବର୍ଷ ଧରି ବନ୍ଦ ରହିବା ପରେ ଚଳିତ ଥର ଅମରନାଥ ଯାତ୍ରା ଆସନ୍ତା ଜୁନ ଶେଷରୁ ଆରମ୍ଭ ହେବାକୁ ଯାଉଛି । ଦୁଇ ବର୍ଷ ବ୍ୟବଧାନ ପରେ ଯାତ୍ରା ପୁଣି ଥରେ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଉତ୍ସାହ ମଧ୍ୟ ବେଶ ବଢିଛି । ତେଣୁ ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି । ତୀର୍ଥଯାତ୍ରାରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।