ଗୌହାଟି : ଆସାମରେ ବନ୍ୟାର ବିତ୍ପାତ । ସେହିପରି ସେଠାରେ ୨ ଲକ୍ଷରୁ ଅଧିକ ଲୋକେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ତତଜନିତ ଭୂ-ସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ଏଏସଡିଏମଏଙ୍କ ଅନୁସାରେ ବର୍ଷା ପରବର୍ତ୍ତି ଭୂ-ସ୍ଖଳନ ଯୋଗୁ ପାହାଡି ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବ୍ୟହତ ହୋଇଥିବା ବେଳେ ସମସ୍ତ ସଡକ ଓ ରେଳମାର୍ଗ ବନ୍ଦ କରିଦିଆଯାଇଛି । ଲଗାଣ ବର୍ଷା ଯୋଗୁ ଅନେକ ଜିଲ୍ଲାରେ ସଡ଼କ ଓ ପୋଲ ଭସାଇ ନେଇଛି । ଅନ୍ୟପକ୍ଷରେ ବନ୍ୟାରେ ଭାସି ଯାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୂ-ସ୍ଖଳନ ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦେବାକୁ ୭ଟି ଜିଲ୍ଲାରେ ୫୫ଟି ରିଲିଫ କେନ୍ଦ୍ର ସ୍ଥାପିତ ହୋଇଛି । ଏନଡିଆରଏଫ, ସେନା, ଏସଡିଆରଏଫ ଜବାନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଥିବା ସୂଚନା ମିଳିଛି ।