ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ହେବ ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ରୁଷ ଓ ଫିନଲାଣ୍ଡ ମଧ୍ୟରେ ମତାନ୍ତର ବଢିବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ନାଟୋରେ ସାମିଲ ହେବା ନେଇ ନିଷ୍ପତ୍ତିକୁ ନେଇ ଫିନଲାଣ୍ଡ ଓ ସ୍ୱିଡେନକୁ ପରିଣାମ ଭୋଗିବାକୁ ପଡିବ ବୋଲି ରୁଷ ଚେତାବନୀ ଦେଇଛି । ରୁଷ କହିଛି ଯେ ଫିନଲାଣ୍ଡ ଓ ସ୍ୱିଡେନ ଦ୍ୱାରା ନାଟୋ ସାମିଲ ହେବା ନିଷ୍ପତ୍ତି ଏକ ମସ୍ତବଡ ଭୁଲ । ଆଉ ଏହାର ପରିଣାମ ଫିନଲାଣ୍ଡ-ସ୍ୱିଡେନଙ୍କୁ ଭୋଗିବାକୁ ପଡିବ । ସୂଚନାଯୋଗ୍ୟ ଯେ, ଫିନଲାଣ୍ଡ-ସ୍ୱିଡେନ ନାଟୋରେ ସାମିଲ ହେବା ନେଇ ଆବେଦନ କରିବାକୁ ଯାଉଛନ୍ତି ।