ମଣିଷ ପ୍ରେମରେ ଜଙ୍ଗଲୀ ବାରହା

current news Wild twelve in human love..

ମାଲକାନଗିର: ମଣିଷ ପ୍ରେମରେ ପଡିଛି ଜଙ୍ଗଲୀ ବାରହା । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଦୁର୍ଗାଗୁଡି ସାହିରେ । ଗତ ୨୫ ବର୍ଷ ଧରି ଘରର ସଦସ୍ୟ ହୋଇ ରହିଛି ଜଙ୍ଗଲୀ ବାରହା । ଜଙ୍ଗଲୀ ହିଂସ୍ରଜନ୍ତୁ ହେଲେ ମଧ୍ୟ ମଣିଷ ପ୍ରେମରେ ପଡିଯାଇଛି ଏହି ବାରହା ।

ସୂଚନାଯୋଗ୍ୟ ଯେ, ୨୫ ବର୍ଷ ତଳେ ବନ୍ୟା ପାଣିରେ ବାରହା ଛୁଆଟି ଭାସି ଯାଉଥିବାବେଳେ ସ୍ଥାନୀୟ ମହେନ୍ଦ୍ର ପାତ୍ର ଉଦ୍ଧାର କରିଥିଲେ । ସେହିଦିନ ଠାରୁ ପୋଷାମାନି ଘରେ ରହିଛି । ମହେନ୍ଦ୍ର ପାତ୍ର ନିଜ ହାତରେ ଖୁଆଇଦେଲେ ବାରହାଟି ଖାଉଥିବାବେଳେ ଅନ୍ୟମାନଙ୍କ ହାତରୁ ସେ ଖାଇନଥାଏ ।

ମହେନ୍ଦ୍ର ତାକୁ ଗେହ୍ଲାରେ ରାଜୁ ବୋଲି ଡାକନ୍ତି । ସେ ଯେଉଁଠି ଥାଉ ନା କାହିଁକି ମହେନ୍ଦ୍ର, ରାଜୁ ବୋଲି ଡାକ ଦେଲେ ସେ ଦୌଡି ମହେନ୍ଦ୍ରଙ୍କ ନିକଟକୁ ଆସିଯାଏ ।