ଘରେ ପ୍ରସ୍ତୁତ କରନ୍ତୁ ପନୀର ମସଲା

ତେଲ ଗରମ କରି ପନୀରକୁ ହାଲକା ଭାଜି ବାହାର କରି ଦିଅନ୍ତୁ…

ପନୀର, ରିଫାଇନ, ଜୀରା, ହଳଦି ଗୁଣ୍ଡ, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ ,ଲୁଣ, ଟମାଟୋ ସସ୍‌, ଲଙ୍କାଗୁଣ୍ଡ। ଏହାବ୍ୟତୀତ ଆଚାର ମସଲା ପାଇଁ ସୋରିଷ, ଜୀରା, ମେଥି, କଳାଜିରା ଓ ପାନମହୁରି। ପ୍ରଥମେ କରେଇରେ ତେଲ ଗରମ କରି ପନୀରକୁ ହାଲକା ଭାଜି ବାହାର କରି ଦିଅନ୍ତୁ। ଏହାପରେ ତେଲରେ ଜୀରା, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ, ହଳଦି ଗୁଣ୍ଡ ଓ ଲୁଣ ପକାଇ ଭାଜନ୍ତୁ।

ପରେ ସେଥିରେ ଭଜା ପନିର, ଟମାଟୋ ସସ୍‌, ଲଙ୍କାଗୁଣ୍ଡ, ଓ ଚାଟ ମସଲା ପକାନ୍ତୁ। କିଛି ସମୟ ପରେ ଆଚାର ମସଲା ପକାଇ ଅଳ୍ପ ପାଣି ଦେଇ ଭଲ ଭାବେ ଫୁଟାନ୍ତୁ। ଏହାପରେ ଗରାମଗରମ ପ୍ଲେଟରେ ସର୍ଭ କରନ୍ତୁ।