ପ୍ରିୟଙ୍କାଙ୍କ ଲୁକକୁ କପି କରି ଟ୍ରୋଲ ହେଲେ ହିନା
ଏହି ଲୁକ ଦେଖି କିଛି ୟୁଜର୍ସ ହିନାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି…
ମୁମ୍ବାଇ : ଅଭିନେତ୍ରୀ ହିନା କାନ୍ସ ୨୦୨୨ରେ ସାମିଲ ହୋଇ ନିଜର ଜଲୱା ଦେଖାଉଛନ୍ତି । ଏବେ ଅଭିନେତ୍ରୀଙ୍କ ଏପରି ଏକ ଫଟୋ ସାମ୍ନାକୁ ଆସିଛି । ଅଭିନେତ୍ରୀଙ୍କୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ହେଲେ ଏହି ଲୁକ ଦେଖି କିଛି ୟୁଜର୍ସ ହିନାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କର ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି କି ହିନା ପ୍ରିୟଙ୍କାଙ୍କୁ କପି କରିଛନ୍ତି । ଫଟୋରେ ହିନା ଖାନ ନୀଳ ରଙ୍ଗର ଏକ ଗାଉନ୍ ପିନ୍ଧିଛନ୍ତି । ବେକରେ ଟ୍ରାନ୍ସପରେଣ୍ଟର ନେଟ ଲାଗି ରହିଥିବା ବେଳେ ଚୁଟିକୁ ଟେକିକି ବାନ୍ଧିଛନ୍ତି । ଏହି ଲୁକରେ ହିନା ଷ୍ଟାଇଲିସ୍ ନଜର ଆସୁଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ପୋଜ ଦେଉଥିବାର ଦେଖିବାକୁ ମିଳିଛି । ଏହି ଫଟୋକୁ ଦେଖି କିଛି ଟ୍ରୋଲର୍ସ କହିଛନ୍ତି କି କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ହିନା ଖାନଙ୍କ ଲୁକ୍ ଅନ୍ତର୍ଜାତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କପି କରାଯାଇଛି ।