ଲଦାଖରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ: ୭ ଯବାନ ସହିଦ

ଆହତଙ୍କୁ ବାୟୁସେନା ସାହଯ୍ୟରେ ହାୟର ସେଣ୍ଟର ସ୍ଥାନାନ୍ତର କରାଯାଇଛି…

ଜାମ୍ମୁ-କଶ୍ମୀର: ଲଦାଖର ତୁରତୁକ ସେକ୍ଟରରେ ଏକ ସଡକ ଦୁର୍ଘଟଣାରେ ଭାରତୀୟ ସେନାର ୭ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଯବାନମାନେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ଗାଡିରେ ମୋଟ ୨୬ଜଣ ଯବାନ ଥିଲେ । ଆହତଙ୍କୁ ବାୟୁସେନା ସାହଯ୍ୟରେ ହାୟର ସେଣ୍ଟର ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ, ପରାତପୁରର ଟ୍ରାଞ୍ଜିଣ୍ଟ କ୍ୟାମ୍ପରୁ ସବସେକ୍ଟର ହନିଫ ଆଡକୁ ଯିବା ସମୟରେ ଦୁର୍ଘଟଣାଟି ଘଟିଥିଲା । କିନ୍ତୁ ଗାଡିଟି କେଉଁ କାରଣରୁ ଭାରସାମ୍ୟ ହରାଇ ନଦୀରେ ପଡିଲା ତାହା ଅସ୍ପଷ୍ଟ ରହିଛି ।