ଆଇପିଏଲକୁ ଫେରିବେ ଡିଭିଲିୟର୍ସ

ଖେଳାଳି କି ଅନ୍ୟ କେଉଁ ଭୂମିକାରେ ତାହା ଜାଣେନା ବୋଲି ସେ କହିଛନ୍ତି…

ମୁମ୍ବାଇ: ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି । ଆସନ୍ତା ବର୍ଷ ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ନିଜେ ଡି ଭିଲିୟର୍ସ ସ୍ପଷ୍ଟ କରିଛନ୍ତି । କିଛି ଦିନ ତଳେ ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ସମ୍ୟକ ସୂଚନା ଦେଇଥିଲେ । ସତ କହିବାକୁ ଗଲେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ହେଲେ ମୁଁ ନିଶ୍ଚିତ ଭାବରେ ଆସନ୍ତା ବର୍ଷ ଆଇପିଏଲକୁ ଫେରିବି । ହେଲେ ଖେଳାଳି କି ଅନ୍ୟ କେଉଁ ଭୂମିକାରେ ତାହା ଜାଣେନା ବୋଲି ସେ କହିଛନ୍ତି ।