ପୁଣି ଘାତକ ମିସାଇଲ ପରୀକ୍ଷଣ କଲା ଉତ୍ତର କୋରିଆ

ବାଇଡେନ୍‌ ଜାପାନ ଗସ୍ତରେ ଦକ୍ଷିଣ କୋରିଆ ଓ ଜାପାନର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଦେଖାଇଥିଲେ…

ନୂଆଦିଲ୍ଲୀ : ଉତ୍ତର କୋରିଆ ତିନୋଟି ମିସାଇଲ ପରୀକ୍ଷଣ କରି ଆମେରିକାକୁ ଖୋଲା ଚାଲେଞ୍ଜ ଦେଇଛନ୍ତି । କିମ ଜଙ୍ଗ ଉନ ପୂର୍ବ ସାଗରରେ ତିନୋଟି ବାଲିଷ୍ଟିକ୍‌ ମିସାଇଲର ପରୀକ୍ଷଣ କରିଛନ୍ତି । ଏନେଇ ଦକ୍ଷିଣ କୋରିଆ ସେନା ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜର ଏସିଆ ଗସ୍ତ ଶେଷ କରିବାର ଠିକ୍‌ ଗୋଟିଏ ଦିନ ପରେ ଉତ୍ତର କୋରିଆ ଏପରି ଭାବେ ଚେତାବନୀ ଦେଇଛି । ବାଇଡେନ୍‌ ଜାପାନ ଗସ୍ତରେ ଦକ୍ଷିଣ କୋରିଆ ଓ ଜାପାନର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଦେଖାଇଥିଲେ । ଯାହାକୁ ନେଇ ଖପ୍ପା ହୋଇଛନ୍ତି କିମ ।

ସବୁଠୁ ବଡ କଥା ହେଲା ଉତ୍ତର କୋରିଆରେ ତେବେ କରୋନା ଆତଙ୍କ ଦେଇ ଗତି କରୁଥିବା ଉତ୍ତର କୋରିଆ ସମସ୍ତଙ୍କ ଧ୍ୟାନ ହଟାଇବା ପାଇଁ ଏପରି ପରୀକ୍ଷଣ କରିଥିବା ଅନୁମାନ କରାଯାଉଛି । କାରଣ ସେଠାରେ ଲକ୍ଷ ଲକ୍ଷ ଲୋକଙ୍କୁ କ୍ୱାରେଣ୍ଟାଇନ କରାଯାଇଛି । ସେଠାରେ ଔଷଧର ମଧ୍ୟ ଖୁବ୍‌ ଅଭାବ ଦେଖାଦେଇଛି ।