ଡିଲ୍‌ ବେଳେ ଏସଟିଏଫର ଚଢାଉ: ଜଣେ ଗିରଫ

ନୂଆପଡା ପଦ୍ମପୁର ବିଜୁ ଏକ୍ସପ୍ରେସ ରୋଡ଼ ସହିପଲ୍ଲା ଠାରେ ବନ୍ୟଜନ୍ତୁ ନେଇ ଏକ ଡିଲ….

ନୂଆପଡ଼ା : ନୂଆପଡା ପଦ୍ମପୁର ବିଜୁ ଏକ୍ସପ୍ରେସ ରୋଡ଼ ସହିପଲ୍ଲା ଠାରେ ବନ୍ୟଜନ୍ତୁ ନେଇ ଏକ ଡିଲ ବେଳେ ମାଡି ବସିଲା ସ୍ପେଶାଲ ଟାସ୍କ ଫୋର୍ସ ଦଳ । ଏହି ଚୁକ୍ତି ମୁତାବକ ସାଇପଲ୍ଲ ଗ୍ରାମ ନିକଟସ୍ଥ ଗୁର୍ଜିଭଟ୍ଟା ଗ୍ରାମର ଅଭିଯୁକ୍ତ ବିକ୍ରମ ମାଝୀ ପିତାସୁବର୍ଣ୍ଣ ମାଝୀ ବ୍ରଜକାପ୍ତା କାତି ନେଇ ସେମାନଙ୍କୁ ଦେଖାଇଥିଲେ । ଅଭିଯୁକ୍ତକୁ ଖଡ଼ିଆଳ ବନଖଣ୍ଡ ବିଭାଗକୁ ହସ୍ତାନ୍ତର କରିଛନ୍ତ । ବନ୍ୟଜନ୍ତୁ ସୁରକ୍ଷା ଆଇନରେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।