ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଶିଶ ଜବନ୍ତ ଦଗ୍ଧ

ଶ୍ଚିମ ଆଫ୍ରିକାର ସେନେଗେଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୧ ଜଣ…

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ସେନେଗେଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୧ ଜଣ ଜୀଅନ୍ତା ଦଗ୍ଧ ହୋଇଯାଇଛନ୍ତି । ତେବେ ସମସ୍ତ ମୃତକ ନବଜାତକ ଶିଶୁ ବୋଲି ଜଣାପଡିଛି । ଏନେଇ ସେନେଗେଲ ରାଷ୍ଟ୍ରପତି ମେକି ସେଲ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସେନେଗେଲର ତିୱାଉନେରେ ମାମେ ଅବ୍‌ଦୋ ଅସିସ୍‌ ସି ଦବାଖ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୧ ଜଣ ନବ ଜାତକ ଶିଶୁ ଜଳି ଯାଇଛନ୍ତି । ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ସର୍ଟ ସର୍କିଟ କାରଣରୁ ହସ୍ପିଟାଲରେ ନିଆଁ ଲାଗିଥିବା କୁହାଯାଉଛି ।