ଇ-କମର୍ସ ୱେବସାଇଟରେ ନକଲି ରିଭ୍ୟୁ ଯାଞ୍ଚ କରିବ ନୂଆ ଢାଞ୍ଚା

The new framework will check for fake reviews on e-commerce websites

ନୂଆଦିଲ୍ଲୀ : ଇ-କମର୍ସ ୱେବସାଇଟରେ ନକଲି ସମୀକ୍ଷା ଉପରେ ନଜର ରଖିବା ପାଇଁ କେନ୍ଦ୍ର ଏକ ଢ଼ାଞ୍ଚାର ବିକାଶ କରିବ । ଭାରତରେ ଇ-କର୍ମସ ସଂସ୍ଥା ଏବଂ ସର୍ବଭାରତୀୟ ସ୍ତରରେ ଉପଲବ୍ଧ ସର୍ବୋତମ ଅଭ୍ୟାସକୁ ଅନୁସରଣ କରିବା ପରେ ଖାଉଟି ବ୍ୟାପାର ବିଭାଗ (ଡିଓସିଏ) ଏହି ଢାଂଚା ବିକାଶ କରିବ । ଇ-କମର୍ସ ସଂସ୍ଥା, ଗ୍ରାହକ ଫୋରମ, ଆଇନ ବିଶ୍ୱବିଦ୍ୟାଳୟ, ଆଇନଜୀବୀ, ଏଫଆଇସିସିଆଇ, ସିଆଇଆଇ, ଖାଉଟି ଅଧିକାର କାର୍ଯ୍ୟକର୍ତା ଏବଂ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ଓ ଅନ୍ୟମାନଙ୍କ ସହିତ ଡିଓଏସିଏ ମିଳିତ ଭାବରେ ଏକ ବୈଠକରେ ୱେବସାଇଟରେ ନକଲି ତଥ୍ୟ ସମୀକ୍ଷା ତଥା ଏହାର ପ୍ରକାର ଏବଂ ରୋଡମ୍ୟାପ ଉପରେ ଆଲୋଚନା କରିଛନ୍ତି ।