ନିଜର ଫିସ୍ କମାଇବେ ଖିଲାଡି ଷ୍ଟାର
Current Entertainment News..The Khiladi Star Akshay Kumar will reduce his fees..
ମୁମ୍ବାଇ : ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ପ୍ରତ୍ୟକ ଫିଲ୍ମରେ ଅଭିନୟ କରିବା ପାଇଁ ୯୯ କୋଟି ଟଙ୍କା ନେଉଥିଲେ । ଫଳରେ ତାଙ୍କର ଅଭିନୟ କରିବାର ମୂଲ୍ୟ ପ୍ରତ୍ୟକ ବର୍ଷ ୧୫ ପ୍ରତିଶତରୁ ୨୦ ପ୍ରତିଶତ ବଢ଼ିଲା । ଅକ୍ଷୟ କୁମାର କେବଳ ସେତିକିରେ ଅଟକି ନାହାନ୍ତି ଲକଡାଉନ ସମୟରେ ମଧ୍ୟ ସେ ବିଭିନ୍ନ ଫିଲ୍ମରେ ଅଭିନୟ କରି ତାଙ୍କର ଫିସ ପୁଣି ବଢ଼ାଇ ପ୍ରତ୍ୟକ ଫିଲ୍ମ ପାଇଁ ୧୦୮ରୁ ୧୧୨ କୋଟି ଟଙ୍କା ନେଲେ । କିନ୍ତୁ ଅକ୍ଷୟ କୁମାରଙ୍କର ଅଧିକ ଫିସ ପାଇଁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି ।
ଏକ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ଅକ୍ଷୟଙ୍କ ଚଳଚ୍ଚିତ୍ର ‘ବଚ୍ଚ଼ନ ପାଣ୍ଡେ’ର ବଜେଟ କେବଳ ଅକ୍ଷୟ କୁମାରଙ୍କ ଫିସ ପାଇଁ ବଢ଼ାଇବାକୁ ପଡ଼ିଲା । କିନ୍ତୁ ଏହି ଫିଲ୍ମକୁ ଅକ୍ଷୟ କୁମାରଙ୍କ ନାଁରେ କୌଣସି ଲାଭ ମିଳିଲା ନାହିଁ । କେବଳ ବଚ୍ଚ଼ନ ପାଣ୍ଡେ ନୁହେଁ ‘ବେଲ ବଟମ’ ଓ ତାଙ୍କର ମୁକ୍ତିଲାଭ କରିଥିବା ଅନ୍ୟ ସିନେମାର ବଜେଟ ମଧ୍ୟ ଅକ୍ଷୟ କୁମାରଙ୍କର ଅଧିକ ଫିସ କାରଣରୁ ଅଧିକ ହୋଇଛି । ଏହି କାରଣରୁ ଏବେ ଅକ୍ଷୟ କୁମାର ତାଙ୍କ ଫିସ କମାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ।