ମୁମ୍ବାଇ : ହସ୍ପିଟାଲରେ ଭର୍ତ୍ତି ହେଲେ ଉର୍ଫି ଜାବେଦ । ସର୍ବଦା ନିଜ ବୋଲ୍ଡ ଡ୍ରେସକୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ଏକ୍ସପାଏରୀ ତେଲ ଖାଇବା ତାଙ୍କୁ ମହଙ୍ଗା ପଡିଛି । ଏନେଇ ସେ ନିଜେ ସୋଶାଲ ମିଡିଆର ଜରିଆରେ ସୂଚନା ଦେଇଛନ୍ତି । ଉର୍ଫି ସର୍ବଦା ନିଜ ଅଜବଗଜବ ଡ୍ରେସକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏଥର ଉର୍ଫି ନିଜ ଇନଷ୍ଟାଗ୍ରାମରେ ଶେଆର କରିଥିବା ଏକ ଷ୍ଟୋରିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।
ଉର୍ଫି ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁ ବିଗିଡି ଯାଇଛିଥିବା ଦେଖିବାକୁ ମିଳିଛି । ତାଙ୍କ ଚେହେରା ଓ ଆଖି ଫୁଲି ଯାଇଛି । ଏଥିସହ ସେ ହସ୍ପିଟାଲ ବେଡରେ ଶୋଇଥିବା ନଜର ଆସିଛନ୍ତି । ଉର୍ଫିଙ୍କ ଏଭଳି ଫଟୋକୁ ଦେଖି ୟୁଜର୍ସ ଓ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି । ଉର୍ଫିଙ୍କ ଏଭଳି ଅବସ୍ଥା କିଏ କଲା ନେଇ ସମସ୍ତେ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ଉର୍ଫି ଏକ୍ସପାଏରୀ ଅଲିଭ ଅଏଲ ଖାଇବା ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ନେଇ ଖୁଲାସା କରିଛନ୍ତି ।
ସେ ଅନଲାଇନ ସପିଂରୁ ଏକ ଅଲିଭ ଅଏଲ ମଗାଇଥିଲେ । ଏହି ତେଲରେ ସେ ଖାଦ୍ୟ ତିଆରି କରି ଖାଇଥିଲେ । ପନିର ଖାଇବା ପରେ ଉର୍ଫିଙ୍କ ଆଖି ହଠାତ ଫୁଲି ଯାଇଥିଲା । ଏହାପରେ ଉର୍ଫିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା ।