ବଦଳିପାରେ ଏସିଆ କପ ସୂଚୀ

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପରିବର୍ତ୍ତିତ ତାରିଖରେ ଏସିଆ କପ ଆୟୋଜନ କରିବାକୁ ଚାହୁଁଛନ୍ତି…

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ୨୦୨୨ ଏସିଆ କପ୍‌ ଖେଳାଯିବ । ହେଲେ ଏହି ଟୁର୍ଣ୍ଣାମେଣ୍ଟୁ ନେଇ ଏବେ ମଧ୍ୟ ସଂଶୟ ରହିଛି । ରିପୋର୍ଟ ଅନୁଯାୟୀ ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ହିଁ ଖେଳାଯିବ । କିନ୍ତୁ ତାରିଖରେ କିଛିଟା ପରିବର୍ତ୍ତନ ହୋଇପାରେ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପରିବର୍ତ୍ତିତ ତାରିଖରେ ଏସିଆ କପ ଆୟୋଜନ କରିବାକୁ ଚାହୁଁଛନ୍ତି ଏବଂ ଏଥିରେ ଅଂଶଗ୍ରହଣ କରୁଥିବା ଦେଶର ସହମତି ଲୋଡିଛି ବୋର୍ଡ । ଏସିଆ କପର ୧୮ତମ ସଂସ୍କରଣ ପୂର୍ବରୁ ଦୁଇ ଥର ସ୍ଥଗିତ ହୋଇ ସାରିଛି । ଏବେ ଅଗଷ୍ଟ ୨୪ରୁ ଶ୍ରୀଲଙ୍କାରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

୨୦୨୨ ସେପ୍ଟେମ୍ବର ୭ରେ ଏସିଆ କପ୍‌? ୨୦୨୨ର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଖେଳାଯିବାର ଥିଲା । ହେଲେ ଅନ୍ତର୍ଜାତୀୟ କ୍ରୀଡାସୂଚୀକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରି ଶୀଘ୍ର ସାରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ, ଆୟୋଜକ ଶ୍ରୀଲଙ୍କା ଏବଂ କ୍ୱାଲିଫାୟରର ଗୋଟିଏ ଦଳ ସମେତ ମୋଟ ଛଅଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।