ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ । ଗତ କିଛି ଦିନ ଧରି କରୋନା ସଂକ୍ରମଣ ୩ହଜାର ଭିତରେ ସୀମିତ ରହୁଥିବା ବେଳେ ଆଜିର ସଂକ୍ରମଣ ମାମଲା ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩ହଜାର ୭୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ଗୋଟିଏ ଦିନରେ ୨ହଜାର ୫୮୪ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।