ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମହିଳା ଆଇପିଏଲ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଛି । ଆସନ୍ତା ସିଜନରୁ ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିସିସିଆଇ ଘୋଷଣା କରିସାରିଛି । ବର୍ତ୍ତମାନ ଉପଯୁକ୍ତ ସମୟ ଖୋଜା ଆରମ୍ଭ ହୋଇଛି । ମୋଟ ୬ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ଅନୁଷ୍ଠିତ ଆଇପିଏଲ ଫାଇନାଲ ସମୟରେ ମହିଳା ଆଇପିଏଲ ପାଇଁ ସମୟ ବାହାର କରିବାକୁ ଆଲୋଚନା ହୋଇଥିଲା । ପ୍ରାଥମିକ ପର୍ଯ୍ୟୟରେ ମାର୍ଚ୍ଚ/ଏପ୍ରିଲ କିମ୍ବା ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରୁ ଗୋଟିଏ ସମୟକୁ ଚୟନ କରାଯିବ । ବିସିସିଆଇ ମହିଳା ଆଇପିଏଲ ପାଇଁ ସମୟ ଚୂଡ଼ାନ୍ତ କରିବା ପୂର୍ବରୁ ଆଇସିସି ସହ ମଧ୍ୟ ଆଲୋଚନା କରିବାର ଯୋଜନା ରହିଛି ।