ପୁଣି ୪୨୪ ଭିଭିଆଇପିଙ୍କୁ ସୁରକ୍ଷା ଦେବେ ପଞ୍ଜାବ ସରକାର

ସିଙ୍ଗରରୁ କଂଗ୍ରେସ ନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ୟୁ ଟର୍ଣ୍ଣ ନେଇଛନ୍ତି…

ଚଣ୍ଡିଗଡ଼: ସିଙ୍ଗରରୁ କଂଗ୍ରେସ ନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ୟୁ ଟର୍ଣ୍ଣ ନେଇଛନ୍ତି ପଞ୍ଜାବ ସରକାର । ରାଜ୍ୟରେ ପୂର୍ବରୁ ମୁସେୱାଲାଙ୍କ ସମେତ ୪୨୪ ଜଣ ଭିଭିଆଇପିଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଥିଲା । ହେଲେ ସରକାର ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବାର ଦିନକ ପରେ ମୁସେୱାଲାଙ୍କୁ ୩୦ ରାଉଣ୍ଡ ଗୁଳି କରି ସର୍ବସମ୍ମୁଖରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ପଞ୍ଜାବ ସରକାର ଏବେ ୪୨୪ ଜଣ ଭିଭିଆଇପିଙ୍କୁ ପୁଣି ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ ୭ରୁ ଭିଭିଆଇପିମାନେ ପୂର୍ବଭଳି ସୁରକ୍ଷା ମିଳିବ ବୋଲି ସରକାର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପଞ୍ଜାବର ଆପ ସରକାର ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିଥିବାରୁ ଏତେ ବଡ଼ ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ଜୁନ ୭ରୁ ପୁଣିଥରେ ସବୁ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯିବ ବୋଲି ସରକାର କହିଛନ୍ତି ।