କଶ୍ମୀରକୁ ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଜାମ୍ମୁ-କଶ୍ମୀରରେ ଜାରି ରହିଥିବା ଟାର୍ଗେଟ କିଲିଂ ମଧ୍ୟରେ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ….

ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରରେ ଜାରି ରହିଥିବା ଟାର୍ଗେଟ କିଲିଂ ମଧ୍ୟରେ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଏନଏସଏ ଅଜିତ ଡୋଭାଲ, ସେନା ମୁଖ୍ୟ ମନୋଜ ପାଣ୍‌ଡେ, ଗୃହ ସଚିବ ଅଜୟ କୁମାର ଭଲ୍ଲା, ଡିଜି ସିଆରଏଫ କୁଲଦୀପ ସିଂହ, ସୀମା ସୁରକ୍ଷା ବଳ ମୁଖ୍ୟ ପଙ୍କଜ ସିଂହ ଓ ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ ।

ଉକ୍ତ ବୈଠକରେ ଅମିତ ଶାହ କହିଛନ୍ତି ଯେ, କଶ୍ମୀର ହେଉ କି ଅଣକଶ୍ମୀର ବଡ ଧରଣର ସୁରକ୍ଷା ବ୍ୟବସ୍ଥା କରାଯିବ । ସ୍ଥାନୀୟ ସ୍ତରରେ ଖୁଫିଆ ଓ ସୁରକ୍ଷା ଦାୟିତ୍ୱ ବଢାଯାଉ । କଶ୍ମୀରର ଏମିତି ସ୍ଥାନ ଚିହ୍ନଟ କରାଯାଉ ଯେଉଁଠି ଏମିତି ଘଟଣା ଘଟିପାରେ । ଆତଙ୍କ ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସେମାନଙ୍କୁ କୌଣସି ସ୍ଥିତିରେ ଛଡା ନଯାଉ ।