କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ
ଗୁଜରାଟରେ ଥିବା ଗୋଟିଏ କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ କାରଖାନାରେ….
ଗୁଜରାଟ: ଗୁଜରାଟରେ ଥିବା ଗୋଟିଏ କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗି ଯାଇଛି । ଭଦୋଦରାରେ ଥିବା ଦୀପକ ନାଇଟ୍ରେଟ କାରଖାନାରେ କାମ ଚାଲିଥିବା ବେଳେ ଏପରି ଘଟଣା ଘଟିଛି ।
ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ବିଷାକ୍ତ ଗ୍ୟାସ ଲିକ ହେବାର ଆଶଙ୍କା ଥିବାରୁ ପୂରା ଅଞ୍ଚଳକୁ କର୍ଡନ କରିଛନ୍ତି । ସେହିପରି ଏହି ବିସ୍ଫୋରଣ କାରଣ ଜଣାପଡ଼ିନି ।
କାରଖାନାରେ ନିଆଁ ଲାଗିଥିବାରୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ସେହିପରି ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକ ଫ୍ୟାକ୍ଟ୍ରୀରେ ଫସି ରହିଥିବା ଆଶଙ୍କା କରାଯାଉଛି ।