ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରୁଛି ଭାରତ

ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି….

ନୂଆଦିଲ୍ଲୀ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି ଭାରତ । ଗତବର୍ଷ ଅଗଷ୍ଟ ୧୫ରୁ ତାଲିବାନ ଆଫଗାନରେ ଶାସନ କରୁଥିଲେ ମଧ୍ୟ ଭାରତ ସରକାର ଏହାକୁ ବିଧିବଦ୍ଧ ମାନ୍ୟତା ଦେଇନାହାନ୍ତି । ହେଲେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂହଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ତାଲିବାନ ନେତାମାନଙ୍କ ସହ ବୈଠକ କରିଛନ୍ତି ।

ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତ ପ୍ରଥମଥର ପାଇଁ ଏପରି ବୈଠକ କରିଛି । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ୨୦ ବର୍ଷ ଧରି ଆମେରିକା ସହ ଲଢେ଼ଇ କରିବା ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲା । ଯୁଦ୍ଧ ଯୋଗୁ ଭାରତ ସରକାର ଦୂତାବାସ କର୍ମଚାରୀଙ୍କୁ ସ୍ୱଦେଶ ଫେରାଇ ଆଣିଥିଲେ । ହେଲେ ଏବେ ଭାରତ ସରକାର ପୁଣିଥରେ ତାଲିବାନ ସହ ବୈଠକ କରି ନୂଆ ସମ୍ପର୍କ ସୃଷ୍ଟି କରିବାର ସଙ୍କେତ ଦେଇଛନ୍ତି ।

ଅନ୍ୟପକ୍ଷରେ ଭାରତ ସରକାର ଆଫଗାନ ଲୋକଙ୍କୁ ମାନବୀୟ ସହାୟତା ଯୋଗାଇ ଦେବାକୁ ଚାହୁଁଛନ୍ତି । ଏହି କାରଣରୁ ଭାରତୀୟ ପ୍ରତିନିଧିମାନେ ତାଲିବାନର ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଛନ୍ତି ।