ଖୁବଶୀଘ୍ର ସାଉଥ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବେ ଉର୍ବଶୀ

latest entertainment news Urvashi will soon enter the Southern industry

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଖୁବଶୀଘ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଉର୍ବଶୀ ଫିଲ୍ମ ଦି ଲିଜେଣ୍ଡ’ରୁ ଡେବ୍ୟୁ କରିବାକୁ ଯାଉଛନ୍ତି । ଉର୍ବଶୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଉର୍ବଶୀ କହିଛନ୍ତି ରଜନୀକାନ୍ତ ଏବଂ ଧୋନିଙ୍କ କାରଣରୁ ସେ ତାମିଲ ଫିଲ୍ମ କରୁଛନ୍ତି । ସେ କହିଛନ୍ତି, ମୁଁ ସବୁବେଳେ ତାମିଲ ଫିଲ୍ମରେ କାମ କରିବାକୁ ଚାହୁଁଥିଲି ।

ଉର୍ବଶୀ ତାମିଲ ଫିଲ୍ମ ପ୍ରତି କେବଳ ଶବ୍ଦରେ ନୁହେଁ ବରଂ ତାଙ୍କ ଆଉଟଫିଟ ସହିତ ମଧ୍ୟ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ଏହି ସମୟରେ, ସେ ହଳଦିଆ ରଙ୍ଗର ଏକ ପିୟୋର ସିଲ୍ମକ କାଞ୍ଜୀବରମ ଶାଢୀ ପିନ୍ଧିଛନ୍ତି । ସେ ସାଉଥ ଇଣ୍ଡିଆନ ଷ୍ଟାଇଲ ଟ୍ରାଡିସନାଲ ଏବଂ ଚୂଡି ସହିତ ନିଜ ଲୁକକୁ କମ୍ପ୍ଲିଟ କରିଥିବା ଦେଖାଯାଇଛି ।