ହରପ୍ରିତଙ୍କୁ ମିଳିଲା ଜେଡ ପ୍ଲସ ସୁରକ୍ଷା

Harpreet got Z-Plus protection

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯଥେଦାର ଜ୍ଞାନୀ ହରପ୍ରୀତ ସିଂଙ୍କୁ ଜେଡ ବର୍ଗର ସୁରକ୍ଷା ପ୍ରଦାନ କରିଛି । ସେ ସିଆରପିଏଫର ଜେଡ ସୁରକ୍ଷା ଭିତରେ ରହିବେ । ସୂଚନାନୁସାରେ ଶୁକ୍ରବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜ୍ଞାନୀ ହରପ୍ରୀତ ସିଂଙ୍କୁ ଜେଡ଼ କମର ସୁରକ୍ଷା ଯୋଗାଇବାକୁ ନିଷ୍ପତି ନେଇଛି ।

ଏହା ପୂର୍ବରୁ ପଞ୍ଜାବ ସରକାର ଜ୍ଞାନୀ ହରପ୍ରୀତ ସିଂଙ୍କ ସୁରକ୍ଷାକୁ ହ୍ରାସ କରିଥିଲେ । ପଞ୍ଜାବରେ କିଛିଦିନ ଧରି ଖଲିସ୍ତାନ ଆତଙ୍କବାଦୀ ସକ୍ରିୟ ହୋଇଛନ୍ତି । ଏହାକୁ ଲକ୍ଷ୍ୟ ରଖି ରାଜ୍ୟରେ ଉଚ୍ଚ଼ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜଣାପଡିଛି ।