ମାଲ ବୋଝେଇ ଟ୍ରକରେ ଗଞ୍ଜେଇ :ଦୁଇ ବିହାରୀ ଯୁବକ ଗିରଫ

ଭୁବନେଶ୍ୱର(ଏସ୍ ନ୍ୟୁଜ): ପୁଲିସକୁ ଚକମା ଦେଇ ନିଶା ବେପାରୀମାନେ ନୂଆ ନୂଆ ଫଣ୍ଡା ଆପଣାଇବାରେ ଲାଗିଛନ୍ତି । କେତେବେବେଳେ କାରରେ ପ୍ରେସ ଲେଖି ଗଞ୍ଜେଇ ଚାଲାଣ କରୁଛନ୍ତ ତ ଆଉ କେତେବେଳେ ମାଲ ବୋଝେଇ ଟ୍ରକରେ କ୍ୱିଂଟାଲ କ୍ୱିଂଟାଲ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ଏହିଭଳି ଦୁଇ ବିହାରୀ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍ ।

ଟ୍ରକକୁ ଏସଟିଏଫ୍ ଜବତ କରିବା ସହ ସେଥିରୁ ୪ କ୍ୱିଟାଂଲ ୭୪ କେଜି ଗଞ୍ଜେଇ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଗିରଫ ଦୁଇ ନିଶା ବେପାରୀ ହେଲେ ବିହାରର ଲାଲା ପଣ୍ଡିତ ଓ ଚନ୍ଦନ କୁମାର ରାମ ।

ଏହି ନିଶା ବେପାରୀମାନେ କଳହାଣ୍ଡି ଓ ନବରଙ୍ଗପୁରରୁ କ୍ୱିଂଟାଲ କ୍ୱିଂଟାଲ ଗଞ୍ଜେଇ ଆଣି ବିହାରକୁ ଚୋରା ଚାଲାଣ କରୁଥିବାବେଳେ ଏନଚ-୨୬ ବୋରିଗୁମ୍ମା-ନବରଙ୍ଗପୁର ରାସ୍ତାରୁ ଏସଟିଏଫ୍ ସେମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗିରଫ ଦୁଇ ନିଶା ବେପାରୀଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଜେଲ୍‍ ହାଜତକୁ ପଠାଇ ଦିଆଯାଇଛି ।