ନୂଆଦିଲ୍ଲୀ: କରୋନା ମହାମାରୀରୁ ସୁସ୍ଥ ହେବ ପାଇଁ ସାରା ଦେଶ ଏବେ ଭ୍ୟାକସିନ୍ ତିଆରିରେ ଲାଗିପଡ଼ିଛି। ହେଲେ ଏହାରି ଭିତରେ ଆମେରିକୀୟ ଔଷଧ ନିର୍ମାଣକାରୀ କମ୍ପାନି ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ କାରଣ ଟୀକା ପରୀକ୍ଷଣକୁ ସ୍ଥଗିତ ରଖିଛି। କୋଭିଡ୍-୧୯ ଟୀକା ପରୀକ୍ଷଣରେ ସାମିଲ୍ ହୋଇଥିବା ଏହି ସ୍ୱେଚ୍ଛାସେବୀ ଅଚାନକ ଏକ ଅଜ୍ଞାତ ରୋଗରେ ଆକ୍ରାନ୍ତ ହେବା ପରେ ପରୀକ୍ଷଣକୁ ସ୍ଥଗିତ ରଖିଛି। ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ ଏବେ କରୋନା ଟୀକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ରହିଛି।
ଜନସନ ଆଣ୍ଡ ଜନସନ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ‘ଅଧ୍ୟୟନରେ ଅଂଶଗ୍ରହଣ କରିଥିବା ଜଣେ ସ୍ବେଚ୍ଛାସେବୀ ଅଚାନକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହି କାରଣରୁ ଆମେ ଅସ୍ଥାୟୀ ଭାବେ କୋଭିଡ୍-୧୯ ଟୀକାର କ୍ଲିନିକାଲ୍ ପରୀକ୍ଷଣକୁ ବନ୍ଦ୍ କରିଛୁ।’କମ୍ପାନି ପକ୍ଷରୁ ଆହୁରି ବି କୁହାଯାଇଛି ଯେ ‘ଆମର ସର୍ତ୍ତାବଳୀ ଅନୁସାରେ ଡାଟା ସେଫ୍ଟି ମନିଟରିଂ ବୋର୍ଡ ତଥା ଆମର ଆଭ୍ୟନ୍ତରୀଣ କ୍ଲିନିକାଲ ଏବଂ ସୁରକ୍ଷା ଚିକିତ୍ସକଙ୍କ ଦ୍ବାରା ଅସୁସ୍ଥ ଅଂଶଗ୍ରହଣକାରୀଙ୍କ ସ୍ବାସ୍ଥ୍ୟକୁ ପରଖା ଯାଉଛି।’
ଏଠାରେ ପ୍ରକାଶ ଥାଉକି , କରୋନା ଭାଇରସ୍ ବିରୋଧରେ ଟୀକା ବାହାର କରିବା ନେଇ ଜନ୍ସନ୍ ଆଣ୍ଡ୍ ଜନ୍ସନ ଗତ ମାସରେ କହିଥିଲା ଯେ ‘ପ୍ରାରମ୍ଭିକ ଓ ମଧ୍ୟ ପର୍ଯ୍ୟାୟ ପରୀକ୍ଷଣରେ ଭାଇରସ୍ ବିରୋଧରେ ଟୀକା ଭଲ ପ୍ରତିକ୍ରିୟା ଦେଖାଇଛି। ଏହାପରେ କମ୍ପାନି ୬୦ ହଜାର ଲୋକଙ୍କୁ ନେଇ ଅନ୍ତିମ ପରୀକ୍ଷଣ କରିବା ନିଷ୍ପତ୍ତି ନେଇଛି।’ ଏହାଛଡ଼ା ଚଳିତବର୍ଷ ଶେଷ କିମ୍ବା ୨୦୨୧ ମସିହା ଆରମ୍ଭରେ ଟୀକା ଆସିପାରେ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। କିନ୍ତୁ ଜନସନ ଆଣ୍ଡ ଜନସନ ଟିକା ପରୀକ୍ଷା ଉପରେ ନିଷେଧାଦେଶ ଲଗାଯିବ ଖବର ନିଶ୍ଚିତ ଭାବରେ ଏକ ବଡ଼ ଶକ୍ତ ଧକ୍କା। ଏହାପୂର୍ବରୁ ଆଷ୍ଟ୍ରା ଜେନେକାର କରୋନା ଟିକା ଉପରେ ନିଷେଧାଶ ଲଗାଯାଇଥିଲା।
ଜନସନ ଆଣ୍ଡ ଜନସନ ସ୍ବେଚ୍ଛାସେବୀଙ୍କ ରୋଗ ବିଷୟରେ ଅଧିକ ବିବରଣୀ ଦେବାକୁ ମନା କରି ଏହାକୁ ଗୋପନ ରଖାଯାଉ ବୋଲିକମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । କ୍ଲିନିକାଲ୍ ପରୀକ୍ଷଣ କାଳରେ କୌଣସି ପ୍ରକାରର ରୋଗ, ଦୁର୍ଘଟଣା ଆଦି ଘଟିବା ସ୍ବାଭାବିକ କଥା ଜନସନ ଆଣ୍ଡ ଜନସନ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେକୁହାଯାଇଛି।