ଏହି ଷ୍ଟାର ଖେଳାଳିମାନେ ଆଇପିଏଲରେ ହିରୋ, ରଣଜୀରେ ଜିରୋ
କର୍ଣ୍ଣାଟକ ଅଧିନାୟର ମନୀଷ ପାଣ୍ଡେ ୭୦ ବଲରୁ ମାତ୍ର ୨୭ ରନ୍ କରିଥିଲେ..
ନୂଆଦିଲ୍ଲୀ : ଆଇପିଏଲ-୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଅନେକ ଷ୍ଟାର ବ୍ୟାଟର ରଣଜୀ ଖେଳୁଛନ୍ତି । ତେବେ ଅନେକ ବ୍ୟାଟର ତଥା ପୃଥ୍ୱୀ ଶ, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲଙ୍କ ସମେତ ରଣଜୀ କ୍ୱାର୍ଟର ଫାଇନାଲରେ ଫେଲ୍ ମାରିଥିବା ଦେଖିବାକୁ ମିଳିଥିଲା । ମୁମ୍ବାଇ-ଉତ୍ତରାଖଣ୍ଡ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ପୃଥ୍ୱୀ ମାତ୍ର ୨୧ ରନ୍ କରିବା ସହ ଜୟସ୍ୱାଲ ୩୫, ମୟଙ୍କ ଅଗ୍ରୱାଲ ୧୦ ରନ୍ କରି ଆଉଟ୍ ହୋଇଥିଲେ । କର୍ଣ୍ଣାଟକ ଅଧିନାୟର ମନୀଷ ପାଣ୍ଡେ ୭୦ ବଲରୁ ମାତ୍ର ୨୭ ରନ୍ କରିଥିଲେ ।
ପଞ୍ଜାବ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଶୁଭମନ ଗିଲ୍ ମାତ୍ର ୯ ରନ୍ କରିଥିଲେ । ସେ ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳି ୪୮୩ ରନ୍ କରିଥିଲେ । ସେହିପରି ଏସଆରଏଚ ପକ୍ଷରୁ ଖେଳୁଥିବା ଅଭିଷେକ ଶର୍ମା ମଧ୍ୟ ରଣଜୀରେ ୪୭ ରନ୍ କରିଥିଲେ ।