ଆମେରିକାରେ ପୁଣି ଚାଲିଲା ବନ୍ଧୁକ: ୩ ମୃତ

ଗତ କିଛିଦିନ ଧରି ଆମେରିକାରେ ଗୁଳିକାଣ୍ଡ ମାମଲା ବଢିବାରେ ଲାଗିଛି…

ନୂଆଦିଲ୍ଲୀ : ଆମେରିକାରେ ପୁଣି ଚାଲିଲା ବନ୍ଧୁକ । ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିବାରୁ ୩ ଜଣ ପ୍ରାଣ ହରାଇବା ସହ ଜଣେ ଗୁରୁତର ହୋଇଛନ୍ତି । ୱାଶିଂଟନ କାଉଣ୍ଟିଂ ଶେରିଫର ମୁଖପାତ୍ର କହିଛନ୍ତି ଯେ, ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି । ଏକ ରିପୋର୍ଟରୁ ଜଣାପଡିଛି ଯେ, କୌଣସି ସମୁଦାୟକୁ ଟାର୍ଗେଟ୍‌ କରାଯାଇ ନାହିଁ । ତେବେ ଆତତାୟୀ କେଉଁ କାରଣ ପାଇଁ ଗୁଳିମାଡ କରିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ଆମେରିକାରେ ଗୁଳିକାଣ୍ଡ ମାମଲା ବଢିବାରେ ଲାଗିଛି ।