ଆଜିଠୁ ଖୋଲିବ ବିଦ୍ୟାଳୟ

ରାଜ୍ୟରେ ଆଜିଠାରୁ ଖୋଲିବ ବିଦ୍ୟାଳୟ। ୧୧ ଦିନିଆ ଗ୍ରୀଷ୍ମ ଛୁଟି ସରିବା…

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଖୋଲିବ ବିଦ୍ୟାଳୟ। ୧୧ ଦିନିଆ ଗ୍ରୀଷ୍ମ ଛୁଟି ସରିବା ପରେ  ଶୁକ୍ରବାରଠାରୁ ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ। ଚଳିତ ମାସ ୫ ତାରିଖ ସକାଳୁଆ ବିଦ୍ୟାଳୟର ଅନ୍ତିମ ତାରିଖ ଥିଲା। ଏହି ଅବଧି ଅତିକ୍ରାନ୍ତ ହୋଇଥିବା ବେଳେ ୬ରୁ ଖରାଛୁଟି ଘୋଷଣା ହୋଇଥିଲା। ଆଜି ପୂର୍ବ ଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପାଠ ପଢାଯିବ। ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନ ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ସମୟ ସାରଣୀ ପ୍ରସ୍ତୁତ କରିବେ। ଏହି ସାରଣୀ ମୁତାବକ କିଭଳି ଭାବେ ପାଠ୍ୟକ୍ରମ ସରିବ ସେ ଦିଗରେ ପଦକ୍ଷେପ ନେବେ। ଶିକ୍ଷକ ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଏବଂ ଅପରାହ୍ଣ ସାଢେ଼ ୪ଟା ଯାଏଁ ସ୍କୁଲ ପରିସରରେ ଉପସ୍ଥିତ ରହିବେ।