ଭୁବନେଶ୍ୱର(ଏସ୍ ନ୍ୟୁଜ): କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତି ଠୁଳ କରିବା ମହଙ୍ଗା ପଡିଛି ଜଣେ ଅବସରପ୍ରାପ୍ତ ରେଞ୍ଜରଙ୍କୁ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ ଦୂୁଇ ଦିନ ତଳେ ବାଲୁଗାଁର ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଅଭୟ କୁମାର ଜେନାଙ୍କ ଘର ସମେତ ୫ଟି ସ୍ଥାନରେ ଚଢ଼ଉ କରି କୋଟି କୋଟି ଟଙ୍କାର ସଂପତି ଜବତ କରିଥିଲା । ଆୟବର୍ହିଭୂତ ସମ୍ପତି ଠୁଳ ମାମଲା ସ୍ପଷ୍ଟ ହେବା ପରେ ଗତକାଲି ଶ୍ରୀ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଭିଜିଲାନ୍ସର ୫ ଜଣିଆ ଟିମ୍ ଶ୍ରୀ ଜେନାଙ୍କ କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘର, କଟକ ସ୍ଥିତ ଆବାସିକ ଘର, ଅଫିସ୍, ବାଲୁଗାଁ ସରକାରୀ ଘରକୁ ମିଶାଇ ମୋଟ ୫ଟି ସ୍ଥାନରେ ଚଢ଼ଉ କରିଥିଲା । ଚଢାଉ ବେଳେ ୪ କୋଟି ୩୭ ଲକ୍ଷ ୭୯ ହଜାର ୯୫୦ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ ହୋଇଥିଲା । ଯାହାର ହିସାବ ସେ ଦେଇପାରିନଥିଲେ । ଫଳରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ୨୦୦୦ ମସିହା ଜାନୁଆରୀ ମାସରୁ ୨୦୨୦ ଡିସେମ୍ବର ମଧ୍ୟରେ ଶ୍ରୀଜେନା ମୋଟ ୪କୋଟି ୬୨ଲକ୍ଷ ୯୨ ହଜାର ୧୬୫ଟଙ୍କା ସମ୍ପତି ଆୟବ୍ୟୟ କରିଛନ୍ତି । ଏସବୁ ସମ୍ପତି ସେ କେଉଁ ଉପାୟରେ ଅର୍ଜନ କରିଛନ୍ତି, ସେ ନେଇ ଭିଜିଲାନ୍ସକୁ ତଥ୍ୟ ଦେଇ ପାରିନଥିଲେ । ତଦନ୍ତ ବେଳେ ଏହା ତାଙ୍କର ଆୟବର୍ହିଭୂତ ସମ୍ପତି ବୋଲି ଜଣାପଡିଛି । ତେବେ ସେ ଏହି ସମୟ ମଧ୍ୟରେ ୫୦୯ ପ୍ରତିଶତ ଆୟବର୍ହିଭୂତ ସମ୍ପତି ଠୁଳ କରିଥିବା ଭିଜିଲାନ୍ସ ତଦନ୍ତ ବେଳେ ଜାଣିବାକୁ ପାଇଛି । ତେଣୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ।
Prev Post
Next Post