ଯୁବକଙ୍କ ସହିତ କଂଗ୍ରେସ ରହିଛି : ସୋନିଆ ଗାନ୍ଧୀ
ଭାରତୀୟ ଯୁବ ସେନାରେ ନିଯୁକ୍ତି ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ…
ନୂଆଦିଲ୍ଲୀ : ଭାରତୀୟ ଯୁବ ସେନାରେ ନିଯୁକ୍ତି ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରିଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ ଏକ ଚିଠି ଲେଖି କହିଛନ୍ତି ଯେ, ଯୁବପିଢ଼ୀଙ୍କ ଅଧିକାର ପାଇଁ ଦଳ ଲଢ଼ିବ । ଏଥି ସହିତ ସେ ବିରୋଧ କରୁଥିବା ଯୁବକମାନଙ୍କୁ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ଅନୁରୋଧ କରିବା ସହ ସମସ୍ତ ଆନ୍ଦୋଳନକାରୀ ସେମାନଙ୍କ ମତ ରଖିବା ପାଇଁ ଶାନ୍ତି ତଥା ଅହିଂସା ମାର୍ଗ ଗ୍ରହଣ କରିବା ଉଚିତ ବୋଲି କହିଥିଲେ ।