ଲଣ୍ଡନ : ଟେଷ୍ଟ କ୍ରିକେଟକୁ ବାଏବାଏ କହିଛନ୍ତି ଇଂଲଣ୍ଡ ମହିଳା ଟିମର ଷ୍ଟାର ଅଲରାଉଣ୍ଡର କ୍ୟାଥରିନ ବ୍ରଣ୍ଟ । ୨୦୦୪ ମସିହାରେ ସେ ଇଂଲଣ୍ଡ ପାଇଁ କ୍ରିକେଟର ସବୁ ଠାରୁ ଲମ୍ବା ଫର୍ମାଟରେ ଡେବ୍ୟୁ କରିଥିଲେ । ୧୭ ବର୍ଷ ମଧ୍ୟରେ ୧୪ଟି ଟେଷ୍ଟ ଖେଳି ସେ ୫୧ଟି ୱିକେଟ ଦଖଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୨୦୦୯ ଜୁଲାଇରେ ଖେଳାଯାଇଥିବା ମ୍ୟାଚରେ ସେ ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ । ଟେଷ୍ଟ କ୍ରିକେଟରୁ ଅବସର ନେବା କ୍ୟାଥରିନ ବ୍ରଣ୍ଟଙ୍କ ପାଇଁ ଆଦୌ ସହଜ ନଥିଲା ବୋଲି ସେ କହିଛନ୍ତି । ଟେଷ୍ଟରୁ ଅବସର ନେଇଥିଲେ ମଧ୍ୟ ସେ ପୂର୍ବଭଳି ଇଂଲଣ୍ଡ ପାଇଁ ଟି-୨୦ ଓ ଦିନିକିଆ ମ୍ୟାଚ ଖେଳିବେ । ଇଂଲଣ୍ଡ କ୍ରିକେଟ ବ୍ରଣ୍ଟଙ୍କ ଅବସର ସହ ଗୋଟିଏ ଯୁଗର ପରିସମାପ୍ତି ଘଟିଲା ବୋଲି କହିଛି ।