ଦେଶରେ ୬୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୬୩,୫୦୯ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୭୩୦ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି।

ତେବେ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ୨୪ଘଣ୍ଟାରେ ୬୩,୫୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୪,୬୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ ୮ ଲକ୍ଷ ୨୬ ହଜାର ୮୭୬ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୬୩୦୧୯୨୭ ଜଣ। ଏବେ ସୁଦ୍ଧା କରୋନା ହେତୁ ୧ ଲକ୍ଷ ୧୦ ହଜାର ୫୮୬ ଜଣଙ୍କର ମୃତ୍ୟୁ ହୋଇଛି।