ସଞ୍ଜୟ ରାୱତଙ୍କୁ ଇଡର ସମନ

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହୀମାନେ ସ୍ୱର ଉତ୍ତୋଳନ କରିଥିବାବେଳେ….

ମୁମ୍ବାଇ : ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହୀମାନେ ସ୍ୱର ଉତ୍ତୋଳନ କରିଥିବାବେଳେ ସରକାରର ପତନ ମଧ୍ୟ ଖୁବ ଶୀଘ୍ର ହେବବୋଲି କୁହାଯାଉଛି । ଶିବସେନାର ୩୮ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ସରକାର ଭାଙ୍ଗିବା ସ୍ଥିତିକୁ ଚାଲି ଆସିଛ । ଉଦ୍ଧବ ସରକାରଙ୍କୁ ବଞ୍ଚାଇବା ଲକ୍ଷ୍ୟରେ ଲାଗିଥିବା ଶିବସେନା ସାଂସଦ ସଞ୍ଜୟ ଏବେ ଇଡ଼ି ଜାଲରେ ଫସିଛନ୍ତି । ସଞ୍ଜୟଙ୍କୁ ହାଜର ହେବାକୁ ସମନ କରିଛି ପ୍ରବର୍ତ୍ତନନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଜେରା କରିବାକୁ ନୋଟିସ ପଠାଇଛି । ଏଣୁ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

ରାଜ୍ୟରେ ଚାଲିଥିବା ରାଜନୈତିକ ସଂକଟ ଓ ସରକାର ରକ୍ଷା କରିବା କାର୍ଯ୍ୟକ୍ରମ ମଧ୍ୟରେ ସଞ୍ଜୟ କାଲି ହାଜର ହେବେ କି ନାହିଁ ଜଣାପଡ଼ିନି । ଏହାପୂର୍ବରୁ ସଞ୍ଜୟ ରାଉତ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଏହି ସମୟରେ ସଞ୍ଜୟ ରାଉତ କହିଥିଲେ ସରକାର ବିରୋଧରେ ଶିବସେନା ବିଧାୟକଙ୍କ ବିଦ୍ରୋହ କରିବା ପଛରେ ଇଡିର ଭୟ ରହିଛି । ଇଡି ଭୟରେ ବିଧାୟକମାନେ ବିଜେପି ଆଡ଼କୁ ଢଳୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ବହୁ ଚର୍ଚ୍ଚିତ ପାତ୍ର ଚାୱଲ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ଇଡି ସାଂସଦ ସଞ୍ଜୟ ରାଉତଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ।