ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା: ହୁଳହୁଳି ଓ ହରିବୋଲ ଶବ୍ଦରେ ଫାଟିଲା ହରିହର ମନ୍ଦିର

ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ରଥ ଟାଣିବା ସମୟରେ ହୁଳହୁଳି ଓ ହରିବୋଲ….

ବଡ଼ବିଲ: ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ରଥ ଟାଣିବା ସମୟରେ ହୁଳହୁଳି ଓ ହରିବୋଲ ଶବ୍ଦରେ ଫାଟି ପଡ଼ୁଛି ବଡ଼ବିଲ ହରିହର ମନ୍ଦିର। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ୍‌ ଖୁସି ଦେଖିବାକୁ ମିଳିଛି । ଭୋରରୁ ହରିହର ମନ୍ଦିର ସମସ୍ତ ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ହରିହର ନନାଙ୍କ ଦ୍ବାରା ପହଣ୍ଡିରେ ରଥରେ ବିଜେ କରିଥିଲେ ଚତୃଥି ମୃତ୍ତି କୁ ନେଇ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ରଙ୍କ । ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ବଡ଼ବିଲ ତହସିଲଦାର ଆଲୋକ କୁମାର ପଟେଲ ଛେରା ପହଁରା କରିବା ପରେ ରଥ ଟଣା ଯାଇଥିଲା ୨ ବର୍ଷ ମହାମାରୀ କରୋନା ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ଭକ୍ତ ମାନଙ୍କ ମନରେ ଭକ୍ତି ପରିପୂର୍ଣ୍ଣ ଦେଖାଯାଇଛି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବଡ଼ବିଲ ପୁଲିସ ମୁତୟନ ହୋଇଛନ୍ତି ପ୍ରଭୁଙ୍କୁ ନିଆ ଯାଇଥିବା ମନ୍ଦିରର ମୁଖ୍ୟ ପୁରୋଧା ପ୍ରକାଶ ଶତପଥି, ତାପସ ମିଶ୍ର କହିଛନ୍ତି । ତେବେ ବର୍ଷା ପାଗ ସତ୍ତ୍ୱେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ରଥ ରେ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ବଡ଼ବିଲ ହରିହର ମନ୍ଦିର ସଭାପତି ଆଞ୍ଚଳିକ ଖଣି ପ୍ରବନ୍ଦକ ଅବନୀ କାନ୍ତ ପ୍ରଧାନ,ସମ୍ପାଦକ ପ୍ରତାପ କୁମାର ଜେନା, ଯୁଗ୍ମ ସମ୍ପାଦକ ଅଶୋକ କୁମାର ଦାଶ,ପରାମର୍ଶଦାତା ବିଜୟକୁମାର ମହାନ୍ତି ଏହି ହରି ହର ମନ୍ଦିର ଅନୁଷ୍ଠାନ କୁ ୩୭ ବର୍ଷ ହେଲାଣି ।ଭକ୍ତ ମାନେ ଶ୍ରଦ୍ଧା ରେ ରଥ ଟଣାଯାଇ ବଡ଼ବିଲ ପି ଏଚ ଡି ପାଖ ଗୁଣ୍ଡିଚା ମନ୍ଦିର କୁ ନିଆ ଯାଇଛି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।