ଜୁନରେ ୧.୪୪ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ

ଗତବର୍ଷ ଜୁନ୍‌ ତୁଳନାରେ ଚଳିତ ବର୍ଷ ଜୁନରେ ୫୬ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି…

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍‌ ମାସରେ ୧ଲକ୍ଷ ୪୪ହଜାର ୬୧୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ଏପ୍ରିଲ ୨୦୨୨ରେ ୧ଲକ୍ଷ ୬୭ହଜାର ୫୪୦ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା । ଗତବର୍ଷ ଜୁନ୍‌ ତୁଳନାରେ ଚଳିତ ବର୍ଷ ଜୁନରେ ୫୬ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ସୂଚନାଯୋଗ୍ୟ, ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରଥମ ୩ ମାସ ଅର୍ଥାତ ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ଜିଏସଟି ଆଦାୟ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି । ଅନ୍ୟପଟେ ୨୦୨୧-୨୨ ବର୍ଷର ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ଜିଏସଟି ଆଦାୟ ୧.୧୦ ଲକ୍ଷ କୋଟି ଟଙ୍କା ରହିଛି ।