ଟି-୨୦ ବିଶ୍ୱକପରେ ଦର୍ଶକଙ୍କୁ ମିଳିପାରେ ଅନୁମତ

ଅଷ୍ଟ୍ରେଲିଆ କ୍ରିକେଟର ସିଇଓ କହିଛନ୍ତି, ଆଗାମୀ ବିଶ୍ୱକପ ପାଇଁ ଟିକେଟର ବହୁ ଚାହିଦା ରହିଛି…

ନୂଆଦିଲ୍ଲୀ : ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ଆୟୋଜନ କରିବ ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ । କୋଭିଡ ଯୋଗୁ ଅଷ୍ଟ୍ରେଲିଆ ୨୦୨୦ ସଂସ୍କରଣ ଆୟୋଜନ କରିପାରି ନଥିଲା । ଅଷ୍ଟ୍ରେଲିଆରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ତେଣୁ ଆଶା କରାଯାଉଛି ଯେ ବିଶ୍ୱକପ ବେଳକୁ ଶତପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ଅନୁମତି ରହିବ । ଅଷ୍ଟ୍ରେଲିଆ କ୍ରିକେଟର ସିଇଓ କହିଛନ୍ତି, ଆଗାମୀ ବିଶ୍ୱକପ ପାଇଁ ଟିକେଟର ବହୁ ଚାହିଦା ରହିଛି । ଆଶା କରୁଛୁ ସେତେବେଳେକୁ ଷ୍ଟାଡିୟମରେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ । ବିଶ୍ୱକପରେ ୧୬ଟି ଦଳ ସାମିଲ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ନଭେମ୍ବର ୧୩ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।