ଓଡ଼ିଶାରେ ନାହିଁ ବନ୍ୟା ଆଶଙ୍କା : ଏସ୍‌ଆର୍‌ସି

ଭୁବନେଶ୍ୱର (ଏସ ନ୍ୟୁଜ ): ଲଘୁଚାପ ଜନିତ ବର୍ଷା ରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ କ୍ଷୟକ୍ଷତି ହୋଇଛି ।ବଡଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।ଏହାସହ ବନ୍ୟା ଆଶଙ୍କା ନାହିଁ ବୋଲି ସେ କହିଛନ୍ତି ।
କେବଳ ଗଞ୍ଜାମ ରେ ୩ଟି ବ୍ଲକ ରେ ୩୦୦ ମିଲିମିଟର ରୁ ଅଧିକ ବର୍ଷା ହୋଇଛି ।ଏହାସହ ୧୬ଟି ବ୍ଲକ ରେ ୧୦୦ ମିଲିମିଟର ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ଋଷିକୂଲ୍ୟା ର ଜଳସ୍ତର ବଢିବ କିନ୍ତୁ ବନ୍ୟା ହେବନାହିଁ ବୋଲି ସେ କହିଛନ୍ତି ।ଏହାସହ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ ବିଭାଗର କର୍ମଚାରୀ ମାନେ ମଧ୍ୟ ଆର୍ଲଟ ଥିବା କହିଛନ୍ତି ଏସଆରସି । ଆସିକା ଓ ହିଞ୍ଜିଳିରେ ଡ୍ରେନେଜ୍‌ କାମ ହୋଇଥିବାରୁ ଜଳମଗ୍ନ ଅବସ୍ଥା ସୃଷ୍ଟି ହୋଇନାହିଁ।

ସେହିପରି ଆଗାମୀ ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ । ଦକ୍ଷିଣ ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ। ୭ଦିନ ଯାଏ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି।