କୂଅରେ ଖସିପଡ଼ିଲା ଭାଲୁ, ଦୀର୍ଘ ସମୟ ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲା ଭାଲୁ
ସେପଟେ ବାହାରେ ଭାଲୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି….
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନେଲୁଙ୍ଗ ଗ୍ରାମ ଆମ୍ବୁଆ ପଶି ସାହିରେ ଏକ ଫାର୍ମ ପରିସରରେ ଥିବା କୂଅରେ ବଣୁଆ ଭାଲୁଟି ପଡ଼ିଯିବାରୁ ବନ ଓ ଦମକଳ ବିଭାଗ ପକ୍ଷରୁ ଦୀର୍ଘ ସମୟ ଉଦ୍ୟମ ପରେ କୂଅରୁ ଉଦ୍ଧାର କରିଛନ୍ତି ଭାଲୁକୁ। ତେବେ କୂଅରୁ ପାଣି ବାହାର କରି ଏକ ଶିଡ଼ି ଜରିଆରେ ବାହାର କରିଛନ୍ତି ଜୀବନ୍ତ ଅବସ୍ଥାରେ,ଉଦ୍ଧାର ପରେ ଭାଲୁଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି l ସେପଟେ ବାହାରେ ଭାଲୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏସିଏଫ୍ ଅଶୋକ ଦାସ, ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ, ଅଗ୍ନିଶମ ବିଭାଗ ଓ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ଭାଲୁ ଟିକୁ କୂଅ ଭିତରୁ ଉଦ୍ଧାର କରିଥିଲେ l ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।