ବିଦେଶୀ ଶକ୍ତି ଦେଶରେ ଉତ୍ତେଜନା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି : ଫଡନାବୀଶ
ଆରୋପୀମାନଙ୍କୁ ଧରାଯାଇଥିବାବେଳେ ଏନଆଇଏ ଏହାର ଯାଞ୍ଚ କରୁଛି…
ମୁମ୍ବାଇ : ଅମରାବତୀ ହତ୍ୟାକାଣ୍ଡ ମାମଲାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି ଯେ ଅମରାବତୀ ଘଟଣା ଅତ୍ୟନ୍ତ ଗମ୍ଭୀର ଅଟେ । ଯେଉଁ ବର୍ବରତାର ସହିତ ହତ୍ୟା କରାଯାଇଛି ତାହା ଅତ୍ୟନ୍ତ ଅମାନବୀୟ ବ୍ୟବହାର ଅଟେ । ଆରୋପୀମାନଙ୍କୁ ଧରାଯାଇଥିବାବେଳେ ଏନଆଇଏ ଏହାର ଯାଞ୍ଚ କରୁଛି । ସେ ମଧ୍ୟ କହିଛନ୍ତି ଯେ ଏହାର ବାହ୍ୟ କନେକସନ କଣ ରହିଛି ତାହା ସମସ୍ତେ ଜାଣିବା ଉଚିତ । ଯାହା ଜଣାପଡ଼ୁଛି ଦେଶରେ ଯେଉଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ତାହା ବିଦେଶୀ ଶକ୍ତିମାନଙ୍କ ଦ୍ୱାରା କରାଯାଉଛି ।