ବିବାଦରେ କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି

ସେଥିପାଇଁ ଫିଲ୍ମ ଜରିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଛବି ଖରାପ କରିବାକୁ ଚେଷ୍ଟା କରିଛନ୍ତି…..

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଆଗାମୀ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଚର୍ଚ୍ଚା ଜୋର ଧରିଛି । କଙ୍ଗନାଙ୍କ ଫିଲ୍ମକୁ ନେଇ କଂଗ୍ରେସ ଆପତ୍ତି ଜାହିର କରିଛି । ଏଥିସହିତ ପାର୍ଟି କଙ୍ଗନାଙ୍କ ସାମ୍ନାରେ ଏକ ବଡ ସର୍ତ୍ତ ରଖିଛି । ଫିଲ୍ମକୁ ପ୍ରଥମେ ସେମାନଙ୍କୁ ଦେଖାଇବାକୁ ଦଳ ପକ୍ଷରୁ କୁହାଯାଇଛି । ମଧ୍ୟପ୍ରଦେଶ କଂଗ୍ରେସ ମୁତାବକ, କଙ୍ଗନା ରନାୱତ ହେଉଛନ୍ତି ବିଜେପି ଏଜେଣ୍ଟ । ସେଥିପାଇଁ ଫିଲ୍ମ ଜରିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଛବି ଖରାପ କରିବାକୁ ଚେଷ୍ଟା କରିଛନ୍ତି । ସୂଚନାଯୋଗ୍ୟ, କଙ୍ଗନା ରନାୱତ ଅଭିନୀତ ଏମରଜେନ୍ସି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳ (୧୯୭୫-୭୭)ରେ ଦେଶରେ ଜାରି ହୋଇଥିବା ଏମରଜେନ୍ସି କାଳକୁ ଉପସ୍ଥାପନ କରାଯାଇଛି ।