ଜ୍ଞାନବାପୀ ମାମଲାରେ ଶୁଣାଣି ସ୍ଥଗିତ
ଜଷ୍ଟିସ କହିଛନ୍ତି ଯେ, ଆମର ପୂର୍ବ ଆଦେଶ ପରେ ବାରାଣସୀ ଜିଲ୍ଲା ଜଜ କୋର୍ଟରେ ଏହି ଆବେଦନର ଶୁଣାଣି ଜାରି ରହିଛି….
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଜ୍ଞାନବାବିବାଦ ମାମଲାର ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହକୁ ସ୍ଥଗିତ ରଖିଛନ୍ତି । ମସଜିଦ ପରିସରରେ ମିଳିଥିବା ଶିବ ଲିଙ୍ଗକୁ ପୂଜା କରିବାର ଦାବି କିମ୍ବା କାର୍ବନ ଡେଟିଂ କରିବାକୁ ସେ ମନା କରିଦେଇଥିଲେ । ଜଷ୍ଟିସ ଡି.ଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ, ଯାହା କୁହାଯାଉଛି ତାହା ବାରାଣସୀ ଜିଲ୍ଲା ଜଜ କୋର୍ଟରେ କହିବା ଉଚିତ । ଜଷ୍ଟିସ କହିଛନ୍ତି ଯେ, ଆମର ପୂର୍ବ ଆଦେଶ ପରେ ବାରାଣସୀ ଜିଲ୍ଲା ଜଜ କୋର୍ଟରେ ଏହି ଆବେଦନର ଶୁଣାଣି ଜାରି ରହିଛି । ପରବର୍ତୀ କାର୍ଯ୍ୟ ତାଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରିବ ।