ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଗତ ମାର୍ଚ୍ଚ ୧୬ ତାରିଖରେ ଭଗୱନ୍ତ ମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ…..

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥତା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାପଡ଼ଛି । ଡାଇଗ୍‌ନୋସିସ ପରେ ଭଗୱନ୍ତଙ୍କ ପାକସ୍ତଳୀରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏବେ ସେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ପଞ୍ଜାବର ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର ପରେ ପଞ୍ଜାବ ପୁଲିସକୁ ଶୁଭେଚ୍‌ଛା ଜଣାଇଛନ୍ତି ମାନ । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୬ ତାରିଖରେ ଭଗୱନ୍ତ ମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଜୁଲାଇ ୨୧ ତାରିଖରେ ମାନ ଦ୍ୱିତୀୟ ବିବାହ କରିଛନ୍ତି ।